Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସାପ କାମୁଡ଼ାରେ ଓ୍ୱେସ୍କୋ କର୍ମଚାରୀଙ୍କ ମୃତ୍ୟୁ, ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଧାରଣା

8/10/2020 at 1:17 PM

ସମ୍ବଲପୁର ୦୮।୧୦: ସାପ ନେଇଗଲା ଜୀବନ । ସାପ କାମୁଡ଼ାରେ ବୁର୍ଲା ଓ୍ୱେସ୍କୋ କର୍ମାଚାରୀଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରାଣା ଦିଆଯାଇଛି । ଘଟଣାସ୍ଥଳରେ ଓ୍ୱେସ୍କୋର ବରିଷ୍ଠ ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛିନ୍ତି ।

ସୂଚନା ଅନୁସାରେ ବରଗଡ ଜିଲ୍ଲା ଅତାବିରା ଥାନା ଝାଙ୍ଗେଡ ଗାଁର ୨୭ ବର୍ଷିୟ ଲଳିତ ନାୟକ ଗୋଡଭଗା ଗ୍ରୀଡ ଷ୍ଟେସନରେ ହେଲ୍ପର ରୁପେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ତାଙ୍କର ରାତି ଡ୍ୟୁଟି ଥିବା ବେଳେ , ବିଳମ୍ବିତ ରାତି ପ୍ରାୟ ୧୧.୪୦ ସମୟରେ ଏକ ଚିତି ସାପ ଲଳିତଙ୍କୁ ଆସି କାମୁଡି ଦେଇଥିଲା ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଆଜି ସକାଳ ପ୍ରାୟ ୪.୪୦ରେ ତାଙ୍କର ମୃତ୍ୟୁ ହୋଇଛି ।ମୃତ୍ୟୁର ଖବର ପାଇଁ ପରିବାରରେ ଶୋକର ଛାୟା ଖେଳିଯାଇଛି । ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ପରିବାର ଲୋକେ ବୁର୍ଲା ଓ୍ବେସ୍କୋ ଅଫିସ ସାମ୍ନାରେ ଶବ ରଖି ଧାରଣା ଦେଇଛନ୍ତି ।

   Related Posts