ସାଙ୍ଗ ହୋଇ ଫେରୁଥିଲେ, ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ୱାମୀର ଜୀବନ

Published By : Prameya-News7 Bureau | February 23, 2021 IST

ରାଉରକେଲା ୨୩।୦୨ : ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ୱାମୀର ଜୀବନ । ସାଙ୍ଗ ହୋଇ ଫେରୁଥିଲେ, କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ରାଉରକେଲା ବେଦବ୍ୟାସ ସମିଲ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ବେଦବ୍ୟାସ ଛକ ନିକଟରେ ଟ୍ରଲର ଓ ବାଇକ ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ଗୁରୁତର ଥିବା ସ୍ତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.