Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ନଦୀକୁ ଗାଧୋଇବାକୁ ଯାଇଥିଲେ, ହେଲେ ଆଉ ଫେରିଲେନି…

16/11/2020 at 8:11 AM

ରାଇରଙ୍ଗପୁର ୧୬।୧୧: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ। ଏପରି ଦୁଖଃଦ ଘଟଣା ଘଟିଛି ରାଇରଙ୍ଗପୁର ଖଡ଼ଖାଇ ନଦୀ ତଳମୁଣ୍ଡର ହଳଦା ନିକଟ ଆମ୍ବବାଗାନ ଘାଟ ନିକଟରେ । ମୃତକ ହେଲେ କୁଚେଇବୁଡି ଗାଁର ଆୟୁଷ ରାମ।

ଖବର ଅନୁଯାୟୀ, ଆୟୁଷ ତାଙ୍କର ଦୁଇ ସାଙ୍ଗକୁ ନେଇ ଦ୍ୱିପ୍ରହର ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଉଥିବା ବେଳେ ହଠାତ୍ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ନଦୀରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା  ।  କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଉ ଜଣେ ସାଙ୍ଗ ଡାକ୍ତରଖାନାରେ ଚେତା ହରାଇ ଚିକିତ୍ସିତ ହୋଉଥିଲା ବେଳେ ଅନ୍ୟ ସାଙ୍ଗକୁ ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ ପଚରାଉଚୁରା କରି ଘଟଣାସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

   Related Posts