Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ

23/01/2021 at 11:00 AM

ପାଟଣା ୨୩।୦୧: ହାଇସ୍କୁଲ ବାରଣ୍ଡାରେ ବୃଦ୍ଧଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ସ୍ଥିତ ପଞ୍ଚାୟତ ହାଇସ୍କୁଲରୁ ଠାବ ହୋଇଛି ମୃତଦେହ । ମୃତକ କଣ୍ଟିଆପଡ଼ା ଗାଁର ବୈରାଗୀ ନାଏକ ବୋଲି ଜଣାପଡିଛି । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଗତକାଲି ସଂଧ୍ୟାରେ ବୈରାଗୀ ଗାଁରେ ବିକ୍ରି ହେଉଥିବା ମଦ ପିଇଥିଲେ । ଏହାପରେ ଆସି ସ୍କୁଲ ବାରଣ୍ଡାରେ ବସିଥିଲେ । ତେବେ ସେହି ବାରଣ୍ଡାରେ ହି ତାଙ୍କର ମୃତ୍ୟୁ ହୋଇଯାଇଛି । ଅପମିଶ୍ରିତ ଓ ବିଶାକ୍ତ ମହୁଲି ମଦ୍ୟପାନ କରି  ବୈରାଗୀ ଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିନଥିବାରୁ ଉତ୍ତେଜନା ଦେଖାଦେଇଛି ।

   Related Posts