ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ

Published By : Prameya-News7 Bureau | May 11, 2021 IST

ପାଟଣା ୧୧।୦୫: ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ରାଇଦାସ ମୁଣ୍ଡା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା କାଶୀପୁର ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଦ୍ୱିପହର ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପବନ ସାଙ୍ଗକୁ  ଘଡ଼ଘଡ଼ ସହ ବର୍ଷା ହୋଇଥିଲା । ଏହି ସମୟରେ ରାଇଦାସ ବଳଦ ନେଇ ଘରକୁ ଆସୁଥିବା ବେଳେ ଘର ନିକଟରେ ବଜ୍ରାପାତ ହୋଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.