ବାଲିଘାଟରେ ଅଘଟଣ, ଡ୍ରାଇଭରଙ୍କ ଉପରେ ଚଢ଼ିଗଲା ହାଇୱା

Published By : Prameya-News7 Bureau | July 05, 2021 IST

ପାଟଣା ୦୫।୦୭:  କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପାଟନାଳି ବେଆଇନ ବାଲିଘାଟରେ ଅଘଟଣ। ଡ୍ରାଇଭରଙ୍କ ଉପରେ ଚଢ଼ିଗଲା ହାଇୱା  । ଘଟଣାସ୍ଥଳରେ ଡ୍ରାଇଭର ମୃତ । ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପାଟଣା ତହସିଲ ପାଟନାଳି ବେଆଇନ ବାଲିଘାଟରେ ବାଲି ଲୋଡ଼ ସମୟରେ ଡ୍ରମ୍ଫର  ଡ୍ରାଇଭରଙ୍କ ଉପରେ ଚଢ଼ିଗଲା ହାଇୱା । ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଛି ।  ମୃତ ଡ୍ରାଇଭର  କଦଳୀପଶି ଗାଁର ଫକୀର ମୋହନ ମହାନ୍ତ । ଅଘଟଣ ସଂପର୍କରେ ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.