ପାରାଦୀପ ୨୩।୦୬: ଛାତରୁ ଖସିପଡି ଜଣେ କମ୍ପାନୀ କର୍ମଚାରୀ ର ମୄତ୍ୟ ହୋଇଥିବା ସୂଚନା ମିଳିଛି। ମୄତକ କର୍ମଚାରୀ ଙ୍କ ପରିଚୟ ମୋହନ ମାଡିକ୍ ବୟସ ୪୫ ଘର ମହାରାଷ୍ଟ୍ର ମୁମ୍ବାଇରେ ବୋଲି ଜଣାପଡିଛି। ପାରାଦୀପ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ସାଇକନ୍ ଇଣ୍ଟରନ୍ୟାସନଲ କମ୍ପାନୀରେ କର୍ମଚାରୀ ଭାବେ ଦିର୍ଘଦିନ ହେବ କାମ କରି ଆସୁଥିଲେ।
{"id":290248,"sizeSlug":"large"}ସୂଚନାଯୋଗ୍ୟ ଯେ, ପାରାଦୀପ ସ୍ଥିତ ଇଫକୋ ଛକ ନିକଟରେ ଥିବା ଶ୍ରୀ ରେସିଡେନ୍ସି ହୋଟେଲରେ ଏହି କମ୍ପାନୀ କର୍ମଚାରୀ ମାନେ ରହୁଥିବା ବେଳେ। କୌଣସି କାରଣରୁ ଆଜି ସକାଳୁ ମୋହନ ଛାତ ଉପରୁ ତଳକୁ ଖସି ପଡିଥିଲେ। ତେବେ ପ୍ରଥମେ ହୋଟେଲରେ ଥିବା କର୍ମଚାରୀ ଦେଖିବା କମ୍ପାନୀ କର୍ମଚାରୀଙ୍କୁ ଖବର ଦେବା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ଅଠରବାଙ୍କି ମେଡ଼ିକାଲ ନିଆଯାଉଥିଲା ।
{"id":290249,"sizeSlug":"large"}କିନ୍ତୁ ଡାକ୍ତର ତାଙ୍କୁ ମୄତ୍ୟୁ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି ଘଟଣା ହୋଇଥିବା ନେଇ ପାରାଦୀପ ଆଦର୍ଶ ଥାନା ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଅନ୍ୟ କର୍ମଚାରୀଙ୍କ ସୂଚନା ମୁତାବକ ହୋଟେଲ ରୁମରେ ଆଉ ସମସ୍ତ କର୍ମଚାରୀ ମାନେ ଶୋଇଥିବା ଅବସ୍ଥାରେ ସକାଳ ପ୍ରାୟ ୬ ରୁ ୬.୩୦ ମିନିଟ ରେ ଘଟଣା ଘଟିଥିବା ପ୍ରକାଶ କରିଛନ୍ତି।