Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଦୁର୍ଘଟଣାରେ ସାନଭାଇ ମୃତ, ବଡ଼ଭାଇ ଗୁରୁତର

11/11/2021 at 7:50 AM

ନୂଆପଡା ୧୧।୧୧: ଅଜଣା ଗାଡି ଧକ୍କାରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବଡ଼ଭାଇଙ୍କୁ ଉଦ୍ଧାର କରି ନିକଟସ୍ଥ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ରାନିପୁର ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଦୁଇ ଭାଇ ସ୍ଥାନୀୟ ଲଚ୍ଛିପୁର ଗାଁର ହୋଇଥିବା ବେଳେ ଦୁହେଁ ଖଡିଆଳ ଆସୁଥିଲେ । ବଡ଼ ଭାଇ ଗୋବିନ୍ଦ ଦୀପ ଖଡିଆଳରେ ଏକ କ୍ଲିନିକରେ କାମ କରୁଥିବା ବେଳେ ସକାଳ ସମୟରେ ବାଇକ୍‌ ଯୋଗେ ସାନଭାଇ ତାଙ୍କୁ ଛାଡିବାକୁ ଯାଉଥିଲେ । ହେଲେ ଏହି ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହାପରେ ୨ ଭାଇ ଗାଡ଼ିରୁ ଛିଟିକି ପଡିଥିଲେ । ତେବେ ଦୁର୍ଘଟଣା ଲାଗି ସାନଭାଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଅଛନ୍ତି । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି ।  

   Related Posts