ଏମିତି ବି ଆସେ ମୃତ୍ୟୁ , ପୁରୀରୁ ଫେରିବା ବେଳେ ହଠାତ୍ ଚାଲିଗଲା ପ୍ରାଣବାୟୁ
6/03/2021 at 9:41 AM

ନୀଳଗିରି ୦୬।୦୩: ଏମିତି ବି ଆସେ ମୃତ୍ୟୁ । ପୁରୀରୁ ଫେରୁଥିବା ବେଳେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସୁମିତ କୁମାର ପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସୁମିତ କିଛି ସାଙ୍ଗ ସହ ପୁରୀ ଯାଇଥିଲେ । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ସହ ବୁଲାବୁଲି କରି ଫେରୁଥିଲେ । କିନ୍ତୁ ନୀଳଗିରି ଥାନା ନିମ୍ବପାଳ ଛକ ନିକଟରେ ହଠାତ୍ ସୁମିତ ତଳେ ପଡିଯାଇଥିଲେ । ଯୁବକଙ୍କ ଏପରି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସାଙ୍ଗମାନେ ସ୍ତବ୍ଧ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
Related Posts
ପୋଖରୀ ନିଲାମକୁ କେନ୍ଦ୍ର କରି ଭୁଜାଲିରେ ସରପଞ୍ଚଙ୍କୁ ଆକ୍ରମଣ
19 April 2021