ବିଷ ପାଲଟିଲା ଚଣା ଶାଗ ! ଖାଇ ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | January 11, 2021 IST

ନୟାଗଡ଼ ୧୧।୦୧ : ଶାଗ ପାଲଟିଲା ବିଷ । ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, ବରସାହି ଗାଁର ରାକେଶ ମୁଦୁଲିଙ୍କ ପରିବାର ରବିବାର ନିଜ ଜମିରୁ ଚଣାଶାଗ ଆଣି ଖାଇଥିଲେ । ଦିନବେଳା ଶାଗ ଖାଇବାର କିଛି ଘଣ୍ଟା ପରେ ରାକେଶଙ୍କ ସ୍ତ୍ରୀ ସୁରେଖା , ତିନି ବର୍ଷର ଝିଅ ଟ୍ଵିଙ୍କିଲ, ମା ବାସନ୍ତୀ ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା ଶାଶୁ ଝୁନୁ ମୁଦୁଲିଙ୍କର ଝାଡାବାନ୍ତି ହୋଇଥିଲା । ସନ୍ଧ୍ଯାରେ ସମସ୍ତେ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଟ୍ଵିଙ୍କିଲର ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ବାଟରେ ଟ୍ଵିଙ୍କିଲର ମୃତ୍ଯୁ ହୋଇଛି । ସାମାନ୍ଯ ସୁସ୍ଥ ଅନୁଭବ କରିବାପରେ ସୁରେଖା ଏବଂ ଝୁନୁ ମୁଦୁଲି ରାତିରେ ମେଡିକାଲରୁ ଘରକୁ ଫେରିଥିବାବେଳେ ବାସନ୍ତି ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.