ଗଛରେ ପିଟି ହୋଇ ରାସ୍ତାକଡ଼କୁ ଖସିଲା କାର୍‌, ଅନେକ ମୃତାହତ

Published By : Prameya-News7 Bureau | July 13, 2021 IST

ନୟାଗଡ ୧୩।୦୭: ଗଛରେ ପିଟି ହୋଇ ରାସ୍ତାକଡକୁ ଖସିଲା କାର୍ ।ଦୁର୍ଘଟଣାରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଭୋଗରାଇ ନିକଟରେ ଘଟିଛି ଦୁର୍ଘଟଣା ।

{"id":479807,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଫୁଲବାଣୀ ଅଞ୍ଚଳରୁ କିଛି ଲୋକ କାର୍‌ ଭୁବନେଶ୍ୱର ଆସୁଥିଲେ । ହେଲେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ରାଜପଥର ଭୋଗରା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କଦମ୍ବ ଗଛରେ ପିଟି ହୋଇଥିଲା । ଯାହାଫଳରେ କି ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।

{"id":479809,"sizeSlug":"large","linkDestination":"none"}

ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକ ପରିଚୟ ମିଳିପାରିନଥିବା ବେଳେ ଗୁରୁତରଙ୍କ ପରିଚୟ ମିଳିଛି । ଗୁରୁତର ଥିବା ଯାତ୍ରୀମାନେ ହେଲେ ପପୁ ଏବଂ ଅଶ୍ବିନୀ ମହାରଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.