କରୋନା ପଜିଟିଭ ଜାଣିବା ପରେ କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | October 14, 2020 IST

ନବରଙ୍ଗପୁର ୧୪।୧୦: କୋଭିଡ଼ ପଜିଟିଭ ଜାଣିବା ପରେ ଯୁବକଙ୍କ ଆତ୍ମହତ୍ୟା । ଜଣେ ୨୦ ବର୍ଷ ଯୁବକ ମାନସିକ ଭାରସାମ୍ୟ ହରାଇ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ନବରଙ୍ଗପୁର ଜିଲ୍ଲା ବଡମସି ଗାଁରୁ ଆସିଛି ଏଭଳି ଅଭିଯୋଗ ।

{"id":344113,"sizeSlug":"large"}

ସାନମସିଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ରାପିଡ଼ ଟେଷ୍ଟ କରାଯାଇଥିଲା । ସେତେବେଳେ ବଡମସିଗାଁର ଯୁବକ ନରେନ୍ଦ୍ର ବିଶୋଇ ତାଙ୍କ ସାଙ୍ଗ ମାନଙ୍କ ସହ ଆସି କୋଭିଡ଼ ପରୀକ୍ଷା କରାଇଥିଲେ । ନରେନ୍ଦ୍ରଙ୍କର  ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ କୋଭିଡ ଟେଷ୍ଟ କରୁଥିବା କର୍ମଚାରୀ ମାନେ ନରେନ୍ଦ୍ର ବିଶୋଇଙ୍କୁ କହିଥିଲେ । ନରେନ୍ଦ୍ରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ନରେନ୍ଦ୍ର କୋଭିଡ଼ ଟେଷ୍ଟରେ ପଜିଟିଭ ଆସିବା ଖବର ଜାଣି ତାଙ୍କର ମାନସିକ ଚିନ୍ତା ବଢିଯାଇଥିଲା ।

{"id":344114,"sizeSlug":"large"}

ସେଠାରୁ ସେ ଫେରିବା ଆଉ ଘରକୁ ଫେରିନଥିଲେ । ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ରହିଥିଲେ ।  କେଉଁଆଡ଼େ ଗଲା ବୋଲି ଚିନ୍ତା ଲାଗିରହିଥିଲା ।  କିଛି ସମୟ ମାନେ ସନ୍ଧ୍ୟା ୫ ସମୟରେ ସେ ଘରକୁ ଫେରିଥିଲେ । ଏତେ ସମୟ ପର୍ଯ୍ୟନ୍ତ କଣ କରୁଥିଲୁ ବୋଲି ଘର ପ୍ରଶ୍ନ ପଚାରିଥିଲେ । କିନ୍ତୁ ନରେନ୍ଦ୍ର ଏଥିରେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏହାର କିଛି ସମୟ ମାନେ ସଂଧ୍ୟା ୫.୩୦ରେ ଘର ଜମିରେ ବ୍ୟବହାର କରିବା ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ ।

{"id":344115,"sizeSlug":"large"}

ନରେନ୍ଦ୍ର କୀଟନାଶକ ପିଇ ଦେଇଥିବା ପରିବାର ଲୋକେ ଜାଣିବା ପରେ , ତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ କଡିଙ୍ଗା ଥାନାରେ ପରିବାର ପକ୍ଷରୁ ଆତ୍ମହତ୍ୟା କରିଥିବା ମାମଲା ରୁଜୁ କରାଯିବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରିବାର ପକ୍ଷରୁ ପିପିଇ କୀଟ ପିନ୍ଧି ନରେନ୍ଦ୍ରଙ୍କ ଶବ ସତ୍କାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.