ଭାରସାମ୍ୟ ହରାଇ ଗଛକୁ ପିଟିଲା ସ୍କର୍ପିଓ ; ଜଣେ ମୃତ, ଏକାଧିକ ଆହତ

Published By : Prameya-News7 Bureau | October 30, 2021 IST

ନବରଙ୍ଗପୁର ୩୦।୧୦:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୭ ରୁ ଅଧିକ ଆହତ ହୋଇଛନ୍ତି ଯ। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବାବାଜିଗୁଡ଼ା ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଏକ ସ୍କର୍ପିଓ ଗାଡ଼ି ୧୦ ଜଣ ଯାତ୍ରୀଙ୍କୁ ନେଇ ଝାଡଖଣ୍ଡ ଫେରୁଥିଲେ । ଗାଡ଼ିଟି ହାଇଦ୍ରାବଦକୁ କୌଣସି କାମରେ ଯାଇଥିଲେ ଏବଂ ନବରଙ୍ଗପୁର ଦେଇ ଝାଡ଼ଖଣ୍ଡ ଫେରୁଥିଲେ । ଠିକ୍‌ ଏହି ସମୟରେ ସ୍କର୍ପିଓ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଥିଲା । ଗାଡ଼ିରେ ଥିବା ସମସ୍ତ ୧୦ଜଣ ଯାତ୍ରୀଙ୍କ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ବ୍ୟକ୍ତିଙ୍କୁ  ଉଦ୍ଧାର କରି ନିକଟସ୍ଥ  ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ନାମ ଆଶିଷ କୁମାର ବୋଲି ଜଣାପଡିଛି ।  ତେବେ ଆହତ ବ୍ୟକ୍ତିଙ୍କ ମଧ୍ୟରୁ କିଛିଙ୍କର ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.