ପୋଖରୀ ହୁଡ଼ାରେ ଖେଳୁ ଖେଳୁ ପାଣିକୁ ଖସିଗଲା, ଚାଲିଗଲା ୬ବର୍ଷ ଜିତୁର ଜୀବନ

Published By : Prameya-News7 Bureau | April 13, 2021 IST

ମାଥିଲି ୧୩।୦୪: ଖେଳୁଥିବା ବେଳେ ପୋଖରୀରେ ଖସି ଗଲା ପାଦ । ଚାଲିଗଲା ୬ବର୍ଷ ଶିଶୁର ଜୀବନ । ମୃତକ ଡାଇଗୁଡ଼ା ଗାଁର ହରି ଭୂମିଆଙ୍କ ପୁଅ ଯିତୁ ଭୂମିଆ ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡାଇଗୁଡ଼ା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଘର ପାଖରେ ଥିବା ପୋଖରୀ ନିକଟରେ ଜିତୁ ଖେଳୁଥିବା ବେଳେ ହଠାତ୍‌ ଗୋଡ଼ ଖସି ପଡିଯାଇଥିଲେ । ପୋଖରୀରେ ଗଭୀର ପାଣି ଥିବାରୁ ଜିତୁ ବାହାରିବାରେ ସକ୍ଷମ ହୋଇନଥିଲେ । ନିକଟରେ ଥିବା ଲୋକେ ଖବରପାଇ ଜିତୁକୁ ଉଦ୍ଧାର କରି ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଜିତୁକୁ ମୃତ୍ୟୁ ଘୋଷଣା କରିଥିଲେ । ଜିତୁର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.