ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

Published By : Prameya-News7 Bureau | October 21, 2020 IST

ଚିତ୍ରକୋଣ୍ଡା ୨୧।୧୦:  ବିଛିନ୍ନଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା। ମୃତ ବ୍ୟକ୍ତି ହେଲେ ଚିତ୍ରକୋଣ୍ଡା ଖଜୁରିଗୁଡା ଗାଁର ଦାସ ଖେମୁଡୁ । ରାତିରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି । ଏଥି ସହିତ ଗାଁର ଆଉ ଦୁଇ ଜଣ ଲୋକଙ୍କୁ ମାଡ  ମାରିଛନ୍ତି । ଦାସ ଖେମୁଡୁଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଚିତ୍ରକୋଣ୍ଡା ଅଣାଯାଉଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଖଜୁରିଗୁଡା ଗାଁରେ ପହଞ୍ଚି ଦାସ ଖେମୁଡି ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ଭାବେ ପିଟିଛନ୍ତି । ନକ୍ସଲ ମାନେ ବିଏସଏଫ ଜବାନଙ୍କୁ ଟାର୍ଗେଟ କରି ଗତକାଲି ଗୋରାସେତୁ ଗାଁ ନିକଟରେ ସାତଟି ଲ୍ୟାଣ୍ଡମାଇନ ଲଗାଇଥିଲେ । ହେଲେ ଜବାନ ମାନେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ ମଧ୍ୟ କରିଥିଲେ । ତେବେ ନକ୍ସଲଙ୍କ ଏହି ଲ୍ୟାଣ୍ଡମାଇନ ସଂପର୍କରେ ଦାସ ଖେମୁଡି ପୋଲିସକୁ ଖବର ଦେଇଥିଲେ ବୋଲି ନକ୍ସଲ ମାନେ ଗାଁ ଲୋକଙ୍କୁ କହିଛନ୍ତି । ଘଟଣା ସ୍ଥଳରେ ବିଏସଏଫ ଜବାନ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଥିବା ବେଳେ ଜୋଡାମ୍ବ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.