ଚିକପାଲ୍‌ ଜଙ୍ଗଲରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଏରିଆ କମିଟି ମୁଖ୍ୟ ନିହତ

Published By : Prameya-News7 Bureau | January 20, 2022 IST

ମାଲକାନଗିରି ୨୦।୦୧: ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ସୁଚନା । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଜବାନ ମାନେ କୁମ୍ବିଂ ଅପରେସନ କରୁଥିଲେ । ଠିକ୍‌ ଏହି ସମୟରେ ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଜବାନ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ସିଆରପିଏଫ, ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ। ଏଥିରେ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.