ଲସି ପିଇ ଶତାଧିକ ଅସୁସ୍ଥ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ମୃତ

Published By : Prameya-News7 Bureau | May 04, 2021 IST

ମାଲକାନଗିରି ୦୪।୦୫: ଲସି ପିଇ ଶତାଧିକ ଗୁରୁତର ହେବା ଘଟଣା । ମାମଲାରେ ଜଣେ ନାବାଳିକାର ମୃତ୍ୟୁ । ମାଲକାନଗିରି ସିମିଳିବାଞ୍ଛା ଗାଁର ୧୨ବର୍ଷ ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ବୁଝିଛନ୍ତି ନାବାଳିକା ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ ଶତାଧିକ ଗୁରୁତର ହୋଇଥିଲେ । ଯାହାପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ସେଦିନ କୁର୍ତ୍ତୀ ସାପ୍ତାହିକ ହାଟରେ ଲସି ବିକ୍ରି କରିଥିବା ଦୁଇ ଜଣ ବ୍ୟବସାୟୀ ଶୁକଦେବ ପୋଦ୍ଦାର ଓ ସାମଲ ପୋଦ୍ଦାରକୁ ଏମ.ଭି.୭୯ ଥାନା ପୋଲିସ ଗିରଫ କରିଛି । ଏମାନେ ଲସି ତିଆରି କରିବା ସମୟରେ ମାଛ ପେଡିର ବରଫ ସହ ପଚ୍ଚା କଦଳି ଓ ଅନେକ ଦିନ ତଳର ପୁରୁଣା ଦହି ବ୍ୟବହାର କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.