Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ବିଲକୁ ଯାଇଥିବା ବେଳେ ବଜ୍ରପାତ, ଚାଲିଗଲା ଯୁବକଙ୍କ ଜୀବନ

2/11/2021 at 11:47 AM

କଳାହାଣ୍ଡି ୨।୧୧: ବଜ୍ରପାତରେ ଯୁବକଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କଲମପୁରଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଜ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ କସାବାହୀ ଗାଁର ଜଣେ ଯୁବକ ସୋମବାର ସନ୍ଧ୍ୟାରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ତ୍ରିପତୀ ଜାନି । ତାଙ୍କ ବୟସ ୩୪ ବର୍ଷ । ଚାଷ ଜମିକୁ ଯାଇଥିବା ବେଳେ ତ୍ରିପତୀ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏକ ଗଛ ମୂଳକୁ ଯାଉଥିବା ବେଳେ ହଠାତ୍ ବଜ୍ରପାତ ହେଇଥିଲା । ଫଳରେ ବଜ୍ରାଘାତରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

   Related Posts