ବିଲରେ ଧାନ ବୁଣିବା ବେଳେ ବଜ୍ରପାତ, ଚାଲିଗଲା ଚାଷୀଙ୍କ ଜୀବନ

Published By : Prameya-News7 Bureau | June 09, 2021 IST

ବାଙ୍କୀ ୯।୬: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ବାଙ୍କୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତତ ମିହିର ରାଉତ । ତାଙ୍କ ବୟସ ୪୫ ବର୍ଷ ।

ସୂଚନାଯୋଗ୍ୟ ଯେ, ମିହିର ରାଉତ ବିଲକୁ ଧାନ ବୁଣିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପରିବାର ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.