ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | June 01, 2021 IST

କୋରାପୁଟ ୦୧।୦୬: ଅଜଣା ଗାଡି ଧକ୍କାରେ ଜଣେ ମୃତ । କୋରାପୁଟ ଜିଲ୍ଲା ମହାଦେଇପୁଟ ମୁଣ୍ଡାଗୁଡ଼ା କନ୍ୟା ଆଶ୍ରମ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ସଦାଶିବ ପ୍ରଧାନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ମହାଦେଇପୁଟ ଗାଁ ସଦାଶିବ ପ୍ରଧାନ ରାସ୍ତା କୌଣସି କାମରେ ଯାଉଥିଲେ । କିନ୍ତୁ ମୁଣ୍ଡାଗୁଡ଼ା କନ୍ୟା ଆଶ୍ରମ ନିକଟରେ ସଦାଶିବଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.