ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଅଭିଯୁକ୍ତ ଥାନାରେ ଅଟକ
25/11/2020 at 2:47 PM

ବଲାଙ୍ଗୀର ୨୫।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁ ବସଷ୍ଟାଣ୍ଡ ନିକଟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଲାଲମାନ କୈବର୍ତ୍ତ ।
ସୂଚନା ଅନୁସାରେ ପୂର୍ଣ୍ଣ ମେହେରଙ୍କ ଲୁହା ୱେଲଡିଂ ଦୋକାନରେ ଲାଲମାନ କାମ କରୁଥିଲେ । ସେ କିଛି ଦିନ ହେବ କାମ ଛାଡି ଦେବା ପରେ ଦୋକାନ ମାଲିକଙ୍କ ସହ ତାଙ୍କର ଶତ୍ରୁତା ହୋଇଥିଲା । ତେବେ ବୁଧବାର କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ପୂର୍ଣ୍ଣ ମେହେର ଏକ ଧାରୁଆ ଛୁରୀରେ ଲାଲମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଲାଲମାନଙ୍କ ମୃତ୍ୟୁ ହୋଇଥିଲା । ବଙ୍ଗୋମୁଣ୍ଡା ପୋଲିସ ଏବଂ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ହତ୍ୟା ଘଟଣା ପରେ ଫେରାର ଉଦ୍ୟମ କରୁଥିବା ପୂର୍ଣ୍ଣ ମେହେରଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଏସଡିପିଓ ସୂଚନା ଦେଇଛନ୍ତି ।