ଓଲଟିଲା ବାଲି ବୋଝେଇ ହାଇଓ୍ୱା ଟ୍ରକ, ହେଲ୍‌ପର୍ ମୃତ

Published By : Prameya-News7 Bureau | June 27, 2021 IST

ଖୋର୍ଦ୍ଧା ୨୭।୦୬: ଓଲଟିଲା ବାଲି ବୋଝେଇ ହାଇଓ୍ୱା ଟ୍ରକ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ଗାଡିର ହେଲ୍‌ପର ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆଖୁପଦର ମାଣିକପୁରପାଟଣା ନିକଟ ରାସ୍ତାରେ ଘଟିଛି ଦୁର୍ଘଟଣା ।

{"id":472003,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ରବିବାର ଦିନ  ସକାଳ ସମୟରେ ବେଗୁନିଆ ବୋତଳମା ରାସ୍ତାରେ ବାଲି ବୋଝେଇ ହାଇଓ୍ୱାଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ମାଣିକପୁରପାଟଣା ଗାଁ ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଗାଡିରେ ଚାପିହୋଇ ହେଲପରଙ୍କ ମୃତ୍ୟୁ ଘଟିଛି । ଖବର ପାଇ ସିକୋ ଫାଣ୍ଡି ଅଧିକାରୀଙ୍କ ସହ ସ୍ଥାନୀୟ ଲୋକ ପହଞ୍ଚି ଚାପି ହୋଇ ରହିଥିବା ହେଲପରଙ୍କ ମୃତ ଦେହ ଉଦ୍ଧାର କରିଛି । ଖୋର୍ଦ୍ଧା ମେଡିକାଲକୁ ଶବ ପଠାଇବା ସହ ଗାଡିଟିକୁ ଜବତ କରିଛି ପୋଲିସ । ମୃତ ହେଲପରର ଜଣକ ଟାଙ୍ଗି ଅଞ୍ଚଳର ବୋଲି ଜଣା ପଡିଛି ଏବଂ ତାଙ୍କର  ନାମ ଚୁଇଁ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

{"id":472004,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.