ଫାଟିଗଲା ଚକା, ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ

Published By : Prameya-News7 Bureau | January 28, 2021 IST

ଖଲ୍ଲିକୋଟ ୨୮।୦୧ : ଗଞ୍ଜାମ ଜିଲ୍ଲା ରମ୍ଭା ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":399670,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କାର୍‌ଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା । କିନ୍ତୁ ଗଞ୍ଜାମ ଜିଲ୍ଲା ରମ୍ଭ ଜାତୀୟ ରାଜପଥ ନିକଟରେ ହଠାତ୍‌ କାର୍‌ର ଚକା ଫାଟିଯାଇଥିଲା । ଯାହାଫଳରେ କି କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । କାର୍‌ଟି ଦୁର୍ଘଟଣା ହେବା ଦ୍ୱାରା, କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

{"id":399671,"sizeSlug":"large","linkDestination":"none"}

ତେବେ ମୃତାହତଙ୍କ ପରିଚୟ ହସ୍ତଗତ ହୋଇଛି । ମୃତକ ଟାଙ୍ଗୀ ଅଞ୍ଚଳର ସାଜିତ ହୋଇଥିବା ବେଳେ ଆହତମାନେ ହେଲେ ସିଦ୍ଧାର୍ଥ ପଟ୍ଟନାୟକ ଓ ରଜତ କୁମାର ନାହାକ । ରଜତ ପାରଳାଖେମୁଣ୍ଡିର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଛୁଟିରେ ଆସି ଭୁବନେଶ୍ୱରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.