ବିଦ୍ୟୁତ ଆଘାତ ହେଲା କାଳ, ଭଉଣୀକୁ ବଞ୍ଚାଇବାକୁ ଯାଇ ଗଲା ଭାଇର ଜୀବନ

Published By : Prameya-News7 Bureau | January 02, 2021 IST

କଳାହାଣ୍ଡି ୦୨।୦୧: ମୃତ୍ୟୁ ବି ଏମିତି ଆସେ । ରାକ୍ଷୀର ମାନ ରଖିଲା ଭାଇ । ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ଭାଇ । ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଭୁଜବଳ ବୈଶାଲ ବୋଲି ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପରମାନନ୍ଦପୁର ଗାଁରେ ଅଘଟଣ ଘଟିଛି ।

{"id":385671,"sizeSlug":"large","linkDestination":"none"}

 ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ଭୁଜବଳଙ୍କ ଭଉଣୀ ଗାଧୋଇସାରି ଲୁଗା  ଶୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଭଉଣୀକୁ ବିଦ୍ୟୁତ ଆଘାତ ଲାଗିଥିବା ଦେଖି ଭାଉ ଜଣଙ୍କ ଦୌଡି ଆସିଥିଲେ ଏବଂ ଭଉଣୀକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ।ସେଥିରେ ମଧ୍ୟ ସଫଳ ହୋଇଥିଲେ । କିନ୍ତୁ ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜେ ବିଦ୍ୟୁତ ଆଘାତର ଶିକାର ହୋଇଯାଇଥିଲେ । ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ପଟେ ବିଦ୍ୟୁତ ଆଘାତରେ ସେମାନଙ୍କର ବାପା ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟ ବାପା-ଝିଅଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.