ପାଣିରେ ଭାସିଯାଉଥିଲା ସାଙ୍ଗ, ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣେ ସାଥୀର ଜୀବନ

Published By : Prameya-News7 Bureau | November 09, 2021 IST

କଳାହାଣ୍ଡି ୦୯।୧୧: ପାଣିରେ ଭାସି ଯାଉଥିବା ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗର ମୃତ୍ୟୁ ହୋଇଛି। ମୃତକ ହେଲେ ପଣ୍ଡି ଗାଁ ର ତପି ମାଝୀ ।  ଅଳ୍ପକେ ବର୍ତ୍ତିଲେ ଅନ୍ୟ ୨ ଜଣ ସାଙ୍ଗ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପଣ୍ଡି ଗାଁ ନିକଟରେ  ଘଟିଛି ଅଘଟଣ ।

{"id":540853,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶୌଚ ହେବାକୁ ଯାଇଥିବା ବେଳେ ୩ ସାଙ୍ଗ ମଧ୍ୟରୁ ଜଣେ ଭାସି ଯାଉଥିଲେ । ଅନ୍ୟ ୨ ଜଣ ବଞ୍ଚାଇବାକୁ ଯାଇ ଜଣେ ପାଣି ସୁଅ ଭାସି ଯାଇ ନିଖୋଜ ହୋଇଥିଲେ । ଆଜି ସକାଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପଣ୍ଡି ଗାଁର ତପି ମାଝୀ । ମଙ୍ଗଳବାର ସନ୍ଧ୍ୟାରେ ୩ ସାଙ୍ଗ କେନାଲକୁ ଯାଇଥିଲେ ବେଳେ ଘଟିଥିଲା ଏହି ଅଘଟଣ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.