ଶୌଚ ପାଇଁ ଯାଇଥିଲେ, ପଡିଗଲେ ହାତୀ ହାବୁଡ଼ରେ ; ଚାଲିଗଲା ରାଇ ମାଝିଙ୍କ ଜୀବନ

Published By : Prameya-News7 Bureau | June 21, 2021 IST

କଳାହାଣ୍ଡି ୨୧।୦୬: ହାତୀ ଆକ୍ରମଣରେ ବୃଦ୍ଧ ମୃତ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ଡେଙ୍ଗସରଗି ଗାଁରେ ଘଟିଛି ଘଟଣା । ମୃତକ ୬୧ବର୍ଷୀୟ ରାଇ ମାଝି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ସୋମବାର ସକାଳ  ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ରାଇ ମାଝି ।  ନିୟମଗିରି ପାହାଡ଼ରୁ ପ୍ରାୟ ୧୦ରୁ ୧୫ ହାତୀପଲ ପୂର୍ବରୁ ଆସି ପାଣିଟାଙ୍କି ନିକଟରେ ଥିବା କୁମାରୀ ମାଝୀଙ୍କ କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରିଛନ୍ତି। ଏହି ସମୟରେ ବୃଦ୍ଧ ଜଣଙ୍କ ହାତୀ ହାବୁଡରେ ପଡିଯାଇଥିଲେ।  ହାତୀ ଆକ୍ରମଣରେ ରାଇ ମାଝିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ବିଶ୍ୱନାଥପୁର ରେଞ୍ଜର ଓ ଲାଞ୍ଜିଗଡ଼ ବନପାଳ ପହଂଚି ତଦନ୍ତ କରୁଛନ୍ତି।  ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.