ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ

Published By : Prameya-News7 Bureau | January 19, 2021 IST

ଝାରସୁଗୁଡା ୧୯।୦୧ : ଗୋଟି ପରିବାରର ୪ଜଣଙ୍କୁ ନିଆଁର ପୋଡ଼ି ମାରିବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୭ବର୍ଷୀୟ ନାବାଳିକା ଇସ୍ମିତ କୌର । ଇସ୍ମିତାର ମା, ମାମୁଁ ଓ ଆଇ ଏବେ ବି ଗୁରୁତର ଅଛନ୍ତି । ସମସ୍ତଙ୍କର ରାଉରକେଲା ଆଇଜିଏଚ୍‌ରେ ଚିକିତ୍ସା ଜାରି ରହିଛି । ଝାରସୁଗୁଡ଼ା ବ୍ରଜରାଜନଗର ହରିଓମ ବିହାରରେ ଘଟିଥିଲା ଏଭଳି ଅଘଟଣ । ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ।  

ଖବର ଅନୁଯାୟୀ,  ଗତ ୧୧ ତାରିଖରେ ସମ୍ପତ୍ତି ଲୋଭରୁ ଗୋଟିଏ ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା। ରାତିରେ ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଇଥିଲେ । ଯାହାଫଳରେ କି ପରିବାରର ୪ଜଣ ସଦସ୍ୟ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ । ସେଠାରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ  ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୭ ବର୍ଷୀୟ ନାବାଳିକା ଇସ୍ମିତ କୌର। ଇସ୍ମିତ ର ମା,ମାମୁଁ ଓ ଆଇ ଏବେ ବି ଗୁରୁତର। ବ୍ରଜରାଜନଗର ହରିଓମ ବିହାରରେ ଏହି ଘଟଣାରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପୋଲିସ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.