Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ହାତୀ ଉପଦ୍ରବ : କାନ୍ଥ ପଡି ଚାଲିଗଲା ବୃଦ୍ଧାଙ୍କ ଜୀବନ, କ୍ଷତିପୂରଣ ଦାବିରେ ଉତ୍ତେଜନା

5/08/2020 at 2:54 PM

ଝାରସୁଗୁଡା ୦୫।୦୮: ଝାରସୁଗୁଡା ଜିଲ୍ଲାର କିର୍ମିରା ଓ କୋଲାବିରା ବ୍ଲକରେ ହାତୀ ଉପଦ୍ରବ । ଗତ ମାସେ ମଧ୍ୟରେ  ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଯାହାକି ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥା ପାଲଟିଗଲାଣି । ହାତୀ ଉପଦ୍ରବରେ କାନ୍ଥ ପଡି , ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି ।

କୋଲାବିରା ବ୍ଲକର ବିଭିନ ଗାଁରେ ହାତୀ ଉପଦ୍ରବ ଜାରି ରହିଛି । ଅଞ୍ଚଳର ଅନେକ ଘର ଭାଙ୍ଗିବା ସହ ଫସଲ ହାନି ମଧ୍ୟ ହୋଇଛି । ସେହିପରି ଆଜି ପୁଣି କିର୍ମିରା ବ୍ଲକ ଭଉଁରା ଗାଁରେ ହାତୀ ୪ଟି ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ହାତୀ ଉପଦ୍ରବରେ ଘର କାନ୍ଥ ପଡିଯାଇଛି , ଯାହାଫଳରେ କି ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହେବ ବୋଲି ସୂଚନା ରହିଛି । .ତାଙ୍କ ନାମ ଯମୁନା ବେହେରା ବୋଲି ଜଣାପଡିଛି । ତେବେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଲାଇକେରା ପୋଲିସ।

ସେପଟେ ଗାଁ ଓ ଆଖପାଖ ଅଞ୍ଚଳରେ ୩ଟି ଜଙ୍ଗଲୀ ହାତୀ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବା ଉଦ୍ୟମ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts