ଖଣିରେ ଭାସୁଛି ମୃତଦେହ, ହତ୍ୟା ନା ଆଉ କିଛି ?

Published By : Prameya-News7 Bureau | January 26, 2022 IST

ଜଟଣୀ ୨୬।୦୧: ଖଣିରେ ଭାସୁଛି ମୃତଦେହ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପାତ୍ରପଡ଼ା ନିକଟରେ ଥିବା ଏକ ଖଣିରେ ମୃତଦେହ ଭାସୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ସମୟରେ ପାତ୍ରପଡ଼ା ନିକଟରେ ଥିବା ଏକ ଖଣିରେ ମୃତଦେହ ଭାସୁଥିବାର ସ୍ଥାନୀୟଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।

ତେବେ ଏହି ଖଣିରେ ମୃତଦେହ କିପରି ଆସିଲା । ସେନେଇ ଖୋଲତାଡ଼ ଆରମ୍ଭ କରିଛି ପୋଲିସ । ଏହା ହତ୍ୟା ନା ଆଉ କିଛି । ସେନେଇ  ତଦନ୍ତ କରୁଛି ପୋଲିସ । ସେହିପରି ପୋଲିସ ଘଟଣାର ତଦନ୍ତ କରି ସମସ୍ତ ଲୋକଙ୍କ ସାମ୍ନାକୁ ଆଣିବ ବୋଲି ସ୍ଥାନୀୟବାସିନ୍ଦା ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.