ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27/02/2021 at 11:47 AM

ଯାଜପୁର ୨୭।୦୨: ଏମିତି ବି ଆସେ ମୃତ୍ୟୁ । ହସଖୁସିରେ ବାଇକ ଯୋଗେ ଯାଉଥିଲେ, ହେଲେ କିଏ ଜାଣିଥିଲେ ଦଇବ ଛଡାଇନେବ ସୁଖ । ହଠାତ୍ ଚାଲିଯିବ ଜୀବନ। ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଅଘଟଣ ଘଟିଯାଇଛି । ଗଛ ପଡି ଜଣ ୭ବର୍ଷର ବାଳକଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଗଛ କଟାଯାଇଥିଲା । ଠିକ୍ ଏହି ସମୟରେ ଅଘଟଣ ଘଟିଯାଇଛି । ଗଛ କଟା ସମୟରେ ଡାଳ ପଡି ଜଣେ ୭ବର୍ଷର ବାଳକଙ୍କ ମୃତ୍ୟୁ ହୋଇଯାଇଛି । ବାଇକରେ ଯାଉଥିବା ବେଳେ ଉପରେ ଗଛ ପଡିଯାଇଥିଲା । ଯାହାଫଳରେ କି ଏହି ଅଘଟଣ ଘଟିଯାଇଛି ।
ସେହିପରି ଗଛ ପଡି ସ୍ୱାମୀ-ସ୍ତ୍ରୀ ଓ ୧୨ବର୍ଷ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକ୍ରେ ଯାଉଥିବା ବେଳେ ଉପରେ ଗଛ ପଡିଯାଇଥିଲା । ତେବେ ରାସ୍ତାରେ ଯାତାୟତ ବେଳେ ଗଛ କାହିଁକି କଟାଯାଉଥିଲା । ଯଦି ଗଛ କଟାଯାଉଥିଲା , ତେବେ ରାସ୍ତାରେ ଯାତାୟତ କଣ ପାଇଁ ବନ୍ଦ କରାଯାଇନଥିଲା । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।