କାମ ସାରି ଘରକୁ ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଅଜଣା ଗାଡ଼ି ; ଲିଭିଗଲା ବିଜୟଙ୍କ ଜୀବନ ଦୀପ

Published By : Prameya-News7 Bureau | May 01, 2021 IST

ଯାଜପୁର ୦୧।୦୫ :  ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଗଟଣା । ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜେନାପୁର ଥାନା ମର୍ଜିତାପୁର ଗ୍ରାମର ବିଜୟ ନାଥ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ, ବିଜୟ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରେ କାର୍ଯ୍ୟ କରନ୍ତି। ଡ୍ୟୁଟି ସାରି ସେ ଏକ ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ବାଘବାହାଳି ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ଖବର ପାଇ କଳିଙ୍ଗନଗର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.