ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦହିବରା ବେପାରୀ ମୃତ, ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟଲୋକେ

Published By : Prameya-News7 Bureau | April 08, 2021 IST

ଯାଜପୁର ୦୮।୦୪: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୋକାନୀ ଉପରେ ମାଡିଗଲା ପିକ୍‌ଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ଦୋକାନୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ପକ୍ଷରୁ ଉତ୍ତେଜନା ଲାଗିରହିଛି ।

{"id":435063,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଯାଜପୁର ସଠିପୁର ନିକଟ ଓଭର ବ୍ରିଜ୍‌ ନିକଟରେ କରଦା ଗାଁର ପ୍ରମୋଦ ସାହୁ ଦହିବରା ବେପାର କରୁଥିଲେ । କିନ୍ତୁ ଆଜି ଯାଜପୁର ଟାଉନ୍‌ରୁ ଷଠିପୁର ଅଭିମୁଖେ ଯାଉଥିବା ଏକ୍‌ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଦହିବରା ବେପାରୀଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଦହିବରା ବେପାରୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।  ପାଇକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.