ହାଇୱା ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ କମ୍ପାନୀ ପରିସରରେ ଧାରଣା

Published By : Prameya-News7 Bureau | November 08, 2021 IST

ଜଗତସିଂହପୁର ୦୮।୧୧: ହାଇୱା ଧକ୍କାରେ ଶ୍ରମିକ ମୃତ । ପାରାଦୀପ ପିପିଅଲ୍‌ କମ୍ପାନୀ ଭିତରେ ଘଟିଛି ଦୁର୍ଘଟଣା । ମୃତ ଶ୍ରମିକ ହେଲେ ରଙ୍ଗିଆଗଡ଼  ଅଞ୍ଚଳର ପ୍ରଶାନ୍ତ ମଲ୍ଲିକ | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

{"id":540308,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ପିପିଅଲ୍‌ କମ୍ପାନୀରେ କାମ କରୁଥିବା ପ୍ରଶାନ୍ତ ଡ୍ୟୁଟିରେ ଥିବା ବେଳେ ଏକ ହାଇୱା ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।  କ୍ଷତିପୂରଣ ଦାବୀରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କମ୍ପାନୀ ପରିସରରେ ଧାରଣା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.