Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାସେ ତଳେ ହତ୍ୟା କରି ଯାଇଥିଲେ ଜେଲ୍, ଜାମିନ୍‌ରେ ଆସିବା ପରେ ଗୁଳିମାଡରେ ଚାଲିଗଲା ଜୀବନ

11/09/2021 at 11:37 AM

ରାଉରକେଲା ୧୧।୯: ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନା ରେଳବାଇ କଲୋନୀ ରିମଝିମ ବସ୍ତିରେ ପୁଣି ଗଡିଛି ମୁଣ୍ଡ । ଗୁଳିମାଡର ଜିତେନ୍ଦ୍ର ସାଏ ଓରଫ ଗୋରେଙ୍କ ଜୀବନ ଯାଇଛି । ଆହତ ମାଉସୀ ଲକ୍ଷ୍ମୀ ଦେବୀ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।

ସୂଚାଯୋଗ୍ୟ ଯେ, ମାସ ତଳେ ରେଳବାଇ କଲୋନୀ ପଡିଆରେ ଘଟିଥିବା ଦିଲସାଦ ଖାଁ ହତ୍ୟା ଘଟଣାରେ  ଜିତେନ୍ଦ୍ର ସାଏ ଓରଫ ଗୋରେ ଗିରଫ ହୋଇ ଜେଲ୍ ଯାଇଥିଲା । ଆଉ କିଛି ଦିନ ତଳେ ଜାମିନରେ ଆସିଥିଲା । ଦିଲସାଦ ଖାଁ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦିଲସାଦର ସମର୍ଥକ ସହ ସାନ ଭାଇ ଜିତେନ୍ଦ୍ର ସାଏ ଓରଫ ଗୋରେକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ବ୍ଲୁ ପ୍ରିଣ୍ଟ । ଶୁକ୍ରବାର ସନ୍ଧ୍ୟା ପାଖାପାଖି ୭ଟାରେ ୪ରୁ ୫ ଜଣ ଦୁର୍ବୃତ୍ତ ରିମଝିମ ବସ୍ତିକୁ ଯାଇଥିଲେ । ଗୋରେ ଘରୁଠାରୁ ପ୍ରାୟ ଦେଢ ଶହ ମିଟର ଦୂରରେ ଥିବା ତାର ମାଉସୀ ଘର ନିକଟରେ ଗୋରେକୁ ପାଇ ଗୁଳି ଚଳାଇଥିଲେ । ୬ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋରେ ଦେହରେ ବାଜିଥିଲା ଗୁଳି । ମାଉସୀ ଲକ୍ଷ୍ମୀ ଦେବୀ ମଧ୍ୟ ଆହତ ହୋଇଥିଲେ । ଡାକ୍ତର ଗୋରେକୁ ମୃତ ଘୋଷଣା କରିଥିବା ବେଳେ ଲକ୍ଷ୍ମୀ ଦେବୀ IGH ରେ ଚିକିତ୍ସିତ ହେଉଛନ୍ତି ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରିମଝିମ ବସ୍ତି ସହ IGHରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ହୋଇଥିବା ବେଳେ ଦିଲସାଦ ଖାଁର ସାନ ଭାଇ ଅମୀରକୁ ପ୍ଲାଣ୍ଟ ସାଇଟ୍ ପୋଲିସ ଥାନାରେ ଅଟକ ରଖିଛି । ରାଉରକେଲା ପୋଲିସ ଆରମ୍ଭ କରିଦେଇଛି ତନାଘନା । ଅନ୍ୟ ପଟେ ଆଜି ସବ ବେବଛେଦ କରାଯାଇ ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର ।

   Related Posts