ବିଲକୁ ପାଣି ଦେଖିବାକୁ ଯାଉଥିଲେ, କିନ୍ତୁ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

Published By : Prameya-News7 Bureau | September 09, 2020 IST

ଢେଙ୍କାନାଳ ୦୯।୦୯ : ଢେଙ୍କାନାଳ ଜିଲ୍ଲା ରାସୋଳ ବାଲିକିଆରୀ ଗ୍ରାମରେ ହାତୀ  ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ  ବାଲିକିଆରୀ ଗାଁର ସଞ୍ଜୟ ରାଉତ ବୋଲି ଜଣାପଡିଛି ।

ବିଳମ୍ବିତ ରାତିରେ ସଞ୍ଜୟ ଗାଁର କିଛି ଚାଷୀମାନଙ୍କ ସହ ବିଲକୁ ପାଣି ଦେଖିବାକୁ ଯାଇଥିଲେ । କିନ୍ତୁ ସେମାନେ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଅନ୍ୟମାନେ ସୌଭାଗ୍ୟବଶତଃ ହାତୀ କବଳରୁ ଜୀବନ ବଞ୍ଚାଇ ଖସି ଯାଇଥିବା ବେଳେ ସଞ୍ଜୟ ଖସି ପାରିନଥିଲେ ।

ହାତୀ ସଞ୍ଜୟଙ୍କୁ ପାଦରେ ଦଳ ଦେଇଥିଲା । ଯାହାଫଳରେ ସଞ୍ଜୟ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଭାବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା , ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.