ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

Published By : Prameya-News7 Bureau | January 22, 2021 IST

ରାଉରକେଲା ୨୨।୧: ପୁଣି ଜଣଙ୍କୁ ଦଳିଦେଲା ଦନ୍ତା । ନିଆଁ ପୁଇଁବା ବେଳେ ଦନ୍ତା ଦଳି ଦେଇଥିବା ସୂଚନା ମିଳିଛି । କୁଆଁରମୁଣ୍ଡା ରେଞ୍ଜ ଝରାଡେବନ ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ଝରାଡେବନ ଗାଁରେ ଜଣଙ୍କୁ ଜଳିଦେଇଛି ଦନ୍ତା ହାତୀ । ବାହାରେ ନିଆଁ ପୁଇଁବା ବେଳେ ଦନ୍ତା ଦଳି ଦେଇଥିବା ସୂଚନା ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ୫୫ ବର୍ଷ ବୟସ୍କ ପିତୃସ ଏକ୍କା । ତେବେ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବଢି ବଢି ଚାଲିଥିବା ବେଳେ ବହୁ ଧନଜୀବନ ହାନି ଘଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.