ଘାସ କାଟୁଥିବା ବେଳେ ଶୁଣ୍ଢରେ ଟେକି କଚାଡିଦେଲା ହାତୀ, ଘଟଣାସ୍ଥଳରେ ଚାଲିଗଲା ଜୀବନ

Published By : Prameya-News7 Bureau | October 27, 2021 IST

ନିଶ୍ଚିନ୍ତକୋଇଲି ୨୭।୧୦: ବିଲରେ ଘାସ କାଟୁଥିବା ବେଳେ ଆକ୍ରମଣ କଲା ହାତୀ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଭାଗବତ ବେହେରା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି ଏଭଳି ଅଘଟଣ । ପଛପଟୁ ଶୁଣ୍ଢରେ ଟେକି କଚାଡ଼ି ମାରିଦେଲା ହାତୀ । ଛତିଆ ଅମରାବତୀ ଜଙ୍ଗଲରୁ ହାତୀ ଟି ଡେରାବିଶ ବ୍ଲକ୍ ଦେଇ ମାହାଙ୍ଗା ଧାନ ବିଲ ପାଟ ଦେଇ ନିଶ୍ଚିନ୍ତକୋଇଲି ଅଂଚଳକୁ ଚାଲି ଆସିଥିବା ସୂଚନା ମିଳିଛି ।

ଗତ ୨୩ ତାରିଖ ଦିନ ଏଭଳି ଗୋଟିଏ ହାତୀ ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ଧାନ ବିଲ ପାଟରେ ଆତଙ୍କ ସୃଷ୍ଟି କରିଥିଲା। ବନ ବିଭାଗ ଓ ପୋଲିସ ଟିମ୍ ଲାଗି ହାତୀଟିକୁ ଛତିଆ ଜଙ୍ଗଲକୁ ଘଉଡେଇ ନେଇଥିବା ବେଳେ ଆଜି ପୁଣି ଏକ ହାତୀ ଆସି ଜଣଙ୍କୁ ମାରିଦେଇଛି । ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.