ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର

Published By : Prameya-News7 Bureau | September 27, 2021 IST

କେନ୍ଦୁଝର ୨୭।୯: କେନ୍ଦୁଝରରେ ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପୁରୁଣାପାଣି ଗାଁର ୨୫ ବର୍ଷ ବୟସ୍କ ଚାମର ମୁଣ୍ଡା ।  

ସୂଚନାଯୋଗ୍ୟ ଯେ, ବାମେବାରୀ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ ଲୋକେ ବର୍ତ୍ତମାନ ବିଲରେ ଧାନ ଚାଷ କରିଛନ୍ତି ଓ ବିଭିନ୍ନ ସମୟରେ ବନ୍ୟଜନ୍ତୁ ବିଲରେ ପଶି ଫସଲ ଖାଇ ନଷ୍ଟ କରି ପକାଉଛନ୍ତି । ତେଣୁ ଚାମର ତାବିଲରେ ଏକ ମଞ୍ଚା କରି ଧାନ କରିଥିଲା । ସୋମବାର ସକାଳୁ ସେ ମଞ୍ଚାରୁ ଓହ୍ଲାଇ ଘରକୁ ଯାଉଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଘର ଲୋକେ ତୁରନ୍ତ ତାଙ୍କୁ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଅଞ୍ଚଳରେ ୧୧ଟି ବଣୁଆ ହାତୀ ଚଳ ପ୍ରଚଳ କରୁଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.