ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ

Published By : Prameya-News7 Bureau | October 28, 2021 IST

ଢେଙ୍କାନାଳ ୨୮।୧୦: ଗାଁ ପୋଖରୀରୁ ଭୋର ସମୟରେ ଶୌଚ ହୋଇ ଘରକୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ । ଦନ୍ତା ହାତୀଟି ବୃଦ୍ଧଙ୍କୁ ଟେକି କଚାଡି ଦେଲା । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

{"id":534435,"width":754,"height":377,"sizeSlug":"full","linkDestination":"none"}

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଘୋଡାଡିଆଁ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବୃଦ୍ଧ ଜଣଙ୍କ ଉକ୍ତ ଗ୍ରାମର ଦେବରାଜ ସେଠୀ ବୋଲି ଜଣାପଡିଛି । ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.