ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ

Published By : Prameya-News7 Bureau | December 03, 2020 IST

ବଡବିଲ ୩।୧୨: କେନ୍ଦୁଝର ଜିଲ୍ଲା ଯୋଡ଼। ସହର ଭିତରକୁ ପଶି ଆସିଲେ ୧୧ ଟିକିଆ ହାତୀପଲ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯାଗ ହୋଇଛି । ମୃତକ ହେଉଛନ୍ତି ଯୋଡ଼। ପୌରାଞ୍ଚଳ ବାଚୁ ହଣ୍ଟିଂ ଅଞ୍ଚଳର ମାର୍କଣ୍ଡ ନାଏକ ।

{"id":371812,"sizeSlug":"large"}

ବୁଧବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏକ ୧୧ ଟିକିଆ ହାତୀପଲ ବିଲେଇପଦା ବିଟ୍, ମନମୋରା ଜଙ୍ଗଲ ରାସ୍ତା ଦେଇ ସୁନା ନଦୀ ପାର ହୋଇ ଯୋଡ଼। ପୌରାଞ୍ଚଳକୁ ପ୍ରବେଶ କରିଥିଲେ । ଯୋଡ଼। ସେଣ୍ଟ୍ରାଲ ହସ୍ପିଟାଲ ଭିତର ରାସ୍ତାରେ ପଶିବା ପରେ ହାତୀପଲ ବାଟବଣା ହୋଇ ଭାଗ ଭାଗ ହୋଇଯାଇଥିଲେ । ୪ଟି ହାତୀ, ତାରିଣୀ ଛକ ନିକଟରେ ଥିବା ଏମଏମଟିସି କଲୋନୀ ଭିତରେ ପଶି ପାଚେରୀ ଓ ଗେଟକୁ ଭାଙ୍ଗିଦେଇଥିଲେ ।

{"id":371813,"sizeSlug":"large"}

୬ଟି ହାତୀ ମୁଖାର୍ଜୀ ହଣ୍ଟିଂରେ ପଶିଥିବା ବେଳେ ସେହି ବାଟ ଦେଇ ଯାଉଥିବା ବାଚୁ ହଣ୍ଟିଂର ମାର୍କଣ୍ଡ ନାଏକକୁ ଗୋଟିଏ ହାତୀ ଘୋଷାରି ଫିଙ୍ଗି ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ୨ ଘଣ୍ଟା ଧରି ଭୋର ୫ଟା ପର୍ଯ୍ୟନ୍ତ ହାତୀପଲ ସହରର ଜନବସତିରେ ଉପଦ୍ରବ କରିବା ପରେ ସୁନା ନଦୀ ଅତିକ୍ରମ କରି ମନମୋରା ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପରେ ଯୋଡ଼। ସହରବାସୀ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.