ବିଲରୁ ଘଉଡାଇବା ବେଳେ ଶୁଣ୍ଢରେ ଧରି କଚାଡି ଦେଲା ହାତୀ, ଘଟଣାସ୍ଥଳରେ ମୃତ୍ୟୁ…

Published By : Prameya-News7 Bureau | October 20, 2020 IST

ଆଠମଲ୍ଲିକ ୨୦।୧୦: ଆଠମଲ୍ଲିକ ବନଖଣ୍ଡ କମଲପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । କଲମପୁର ଗାଁର ଭାସ୍କର ଭୁକ୍ତା ତାଙ୍କ ବିଲରେ ହାତୀ ଧାନ ଖାଉ ଥିବା ଖବର ପାଇ ହାତୀ ଘଉଡାଇବାକୁ ଯାଇଥିଲେ ଏହି ସମୟରେ ହାତୀ ଭାସ୍କରଙ୍କୁ ଶୁଣ୍ଢ ରେ ଧରି କଚାଡି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ହୋଇ ଯାଇଥିଲା ।

କମଲପୁର ଗାଁରେ ହାତୀ ପଲ ପ୍ରତିବର୍ଷ ଫସଲ ନଷ୍ଟ କରନ୍ତି। ଲୋକେ ମଞ୍ଚା କରି ରାତି ରାତି ଜଗିରହି ହାତୀ ଘଉଡ଼ାଇଥାନ୍ତି । ତେବେ ଅଭିଯୋଗ ପରେ ବି ଆଠମଲ୍ଲିକ ବନବିଭାଗର କେହି ବନ କର୍ମଚାରୀ ଅଭିଯୋଗ କରିଛନ୍ତି ଗାଁ ଲୋକ । କ୍ଷତି ପୂରଣ ସହିତ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.