ହାତୀ ଆକ୍ରମଣରେ ବୃଦ୍ଧ ମୃତ

Published By : Prameya-News7 Bureau | June 07, 2020 IST

ବାରିପଦା ୦୭।୦୬: ପାଞ୍ଚ ଟିକିଆ ଜଙ୍ଗଲୀ ହାତୀପଲଙ୍କ ହାବୁଡରେ ପଡି ବୃଦ୍ଧଙ୍କ ଗଲା ଜୀବନ । ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଜୁଡ଼ି ଜଙ୍ଗଲରେ ଆଜି ଭୋର ୫ଟା ବେଳେ ଘଟିଛି ଘଟଣା। ଏହି ଅଞ୍ଚଳରେ ୫ଟି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଜାରି ରହିଛି ।

{"id":282379,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୌଚ ହେବାକୁ ଯାଉଥିବା ଚତୁର୍ଭୁଜ ନାୟକ ହାତୀପଲ ସାମ୍ନାରେ ପଡି ଯାଇଥିଲେ । ତାଙ୍କର ବୟସ ୬୦ ବର୍ଷ ବୋଲି କୁହାଯାଉଛି। ବହୁସମୟ ଧରି ସେ ଘରକୁ ନ ଫେରିବାରୁ ଗାଁ.ଲୋକେ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ତାଙ୍କ ମୃତ ଦେହ ପାଇଥିଲେ। ତେବେ ତାଙ୍କ ଅବସ୍ଥା ଦେଖି ଜଣାପଡିଥିଲା କି ସେ ହାତୀ ଆକ୍ରମଣ ର ଶୀକାର ହୋଇଛନ୍ତି । ବନ ବିଭାଗ ଓ ପୋଲିସ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.