Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ

20/01/2021 at 7:59 AM

ଢେଙ୍କାନାଳ ୨୦।୦୧ : ୨ଦିନରେ ୨ଜୀବନ । ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତ କାଲି ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ ମରିଥିବାବେଳେ ଆଜି ପୁଣି ପରିବା ବଗିଚାରେ ଆଉ ଜଣେ  ଚାଷୀ ଙ୍କୁ କଚାଡି ମାରିଦେଇଛି ହାତୀ । ଏପରି ମର୍ମନ୍ତୁଦ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ପଂଚାୟତର କାଇଁଶ ଗ୍ରାମରେ । ମୃତକ ହେଲେ ସ୍ଥାନୀୟ ଗହମଖୁଣ୍ଟି ଗ୍ରାମର ରମେଶ ସାହୁ ।  କାଇଁଶ ନିକଟରେ ପରିବା ଚାଷ କରିଥିବାରୁ ହାତୀ ଉପଦ୍ରବ ଯୋଗୁଁ କୁଡ଼ିଆ କରି ରମେଶ  ତାଙ୍କ ପରିବାଚାଷ ଜଗୁଥିଲେ ।

ତେବେ ଆଜି ଭୋର ସମୟରେ ସେ କୁଡ଼ିଆ ବାହାରକୁ ବହାରିଥିବାବେଳେ ପରିବା ବଗିଚାକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସଦର ଥାନା ପୁଲିସ ଓ ବନକର୍ମଚାରୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାମୀୟ ଅଂଚଳରେ ହାତୀ ଉପଦ୍ରଵ ଜାରି ରହିଥିବାରୁ ଏହି ଘଟଣା ପରେ ଚାପ ଉତ୍ତ୍ୱେଜନା ପ୍ରକାଶ ପାଇଛି ।

   Related Posts