ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | October 29, 2020 IST

ମୋହନା ୨୯।୧୦: ଗଜପତି ଜିଲ୍ଲା ଅଡବା ଥାନା ଅଲିଗଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ତାଜୁଙ୍ଗି ଗ୍ରାମର ପୃଥିବୀରାଜ ବେହେରା ।

ସୂଚନାଯୋଗ୍ୟ ଯେ, ପୃଥିବୀରାଜ ଗତ କିଛି ଦିନ ହେଲା ଅଲିଗଣ୍ଡା ଗ୍ରାମରେ ଥିବା ନିଜ ସଢୁ ଘରେ ରହି ମିସ୍ତ୍ରୀ ଭାବେ କାମ କରୁଥିଲେ । ବୁଧବାର ସେ ଜୟଭାରତୀ ସାହିରେ ଥିବା ବାଲେନ୍ତିନ ନାୟକଙ୍କ ଛାତ ଉପରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ୧୧ କେଭି ତାରରେ ଲାଗିଯାଇଥଲେ । ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋହନା ମେଡିକାଲରେ ଅଡବା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.