ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 06, 2021 IST

କଣ୍ଟାବାଞ୍ଜି ୬।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରେ ଥିବା ଜଣେ ମାଛ ଦୋକାନୀଙ୍କ ପୁଅ ମୁକେଶ ଯୁଗ୍ନିଆ ସବୁ ଦିନ ପ ଶନିବାର ମାଛ ଦୋକାନ ଖୋଲିଥିଲେ । ତେବେ ଦୋକାନକୁ ଲାଗିଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା ।

ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃମୃତ ଘୋଷଣା କରିଛନ୍ତି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହୋଇଥିବା ବେଳେ ତଦନ୍ତ କରୁଛି । ବଙ୍ଗୋମୁଣ୍ଡା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ପରିବାରର ବଡ଼ପୁଅର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ବେସାହାରା ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.