Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ପୋଲ କାମ ବେଳେ ଲାଗିଲା ବିଦ୍ୟୁତ ତାର : ଜଣେ ମୃତ, ଜଣେ ଗୁରୁତର

30/06/2020 at 12:36 PM

ଭଦ୍ରକ ୩୦।୦୬:  ପୋଲ କାର୍ଯ୍ୟ ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ତାର ଲାଗି ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ରହିଛି । ମୃତ ଶ୍ରମିକଙ୍କ ନାମ ରାଜା ସାହା ଓ ଗୁରୁତର ଥିବା ଶ୍ରମିକଙ୍କ ନାମ ସାଜନ ସାହା ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ନିକଟ ଗେଙ୍ଗୁଟି ନଦୀ ଉପରେ ପୋଲ କାମ ଚାଲିଥିଲା । ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଲୁହା ପାଇପ ବ୍ରିଜ ଉପରକୁ ଉଠାଇବା ବେଳେ ପାଖରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ କମା କରୁଥିବା ଶ୍ରମିକ  ଆସିଥିଲେ । ଯାହାଫଳରେ କି  ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡିଛି ।  ମୃତ ଶ୍ରମିକଙ୍କ ଘର ବୟାଙ୍ଗଡିହ ପଞ୍ଚାୟତ ଗୁଡୁପୋଖରୀ ଗ୍ରାମର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଠିକାଦାର ଫେରାର ହୋଇଯାଇଛନ୍ତି । ବିଦ୍ୟୁତ ଆଘାତରେ ଗୁରୁତର ଥିବା ଶ୍ରମିକଙ୍କ ନାମ ସାଜନ ସାହା ବୋଲି ସୂଚନା ମିଳିଛି ।  ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts