ଶୀତୁଆ ସକାଳରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ

Published By : Prameya-News7 Bureau | October 31, 2020 IST

ସାଲେପୁର ୩୧।୧୦: ଶୀତୁଆ ସକାଳରେ ଘଟୁଛି ମର୍ମନ୍ତୁଦ ଦୁର୍ଘଟଣା । କଟକ ଟାଙ୍ଗୀ ବଇଁଚୁଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି ।

{"id":353579,"sizeSlug":"large"}

ଖବର ଅନୁଯାୟୀ, କଟକ ଟାଙ୍ଗୀ  ଥାନା ଅନ୍ତର୍ଗତ ୧୬ ନଂ  ଜାତୀୟ ରାଜପଥର ବଇଚୁଆଁ ଛକ  ନିକଟରେ ଆଜି ଭୋରୁ ଭୋରୁ ବେଆଇନ ଭାବେ ରାସ୍ତାକଡ଼ରେ  ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଛି ଅନ୍ୟ ଏକ ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର  ଚାପିହୋଇ ପ୍ରାଣ ହରାଇଛନ୍ତି। 

{"id":353580,"sizeSlug":"large"}

ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ  ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ  ଟ୍ରକ କାଟି ମୃତ ଡ୍ରାଇଭର କୁ ବାହାର କରାଯିବ। ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.