ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ
11/06/2020 at 3:44 PM

ଜଗତସିଂହପୁର ୧୧।୬: ଜଗତସିଂହପୁର ଜିଲ୍ଲା ମାଛଗାଁ-କନ୍ଦରପୁର ରାସ୍ତାର ଗୋପାଳପୁର ଛକ ନିକଟରେ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ବାଲିକୁଦା ଥାନା ଚଞ୍ଚରପୁର ଗାଁର ପ୍ରଶାନ୍ତ ପଣ୍ଡା । ସେ ବାଲିକୁଦା ବ୍ଲକ ଶିକ୍ଷା ସର୍କଲର ସିଆରସିସି ଭାବରେ କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟାହ୍ନରେ ସେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇ ଥିବାବେଳେ ବାଲିକୁଦା ତହସିଲଦାର ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021