Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

15/12/2020 at 9:58 AM

ବୌଦ୍ଧ ୧୫।୧୨: ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଡିମିରିପାଲି ସ୍କୁଲ ଆଗରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟିହେଲା ବାଇକ୍ । ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଃଶାସନ କୌଣସି କାମରେ ବାଉଁଶୁଣୀକୁ ଆସୁଥିବା ବେଳେ ଦୁର୍ଘଟଣାର ହୋଇଥିଲେ । ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବାରୁ ତାଙ୍କ ଉପରେ କାହାରି ନଜର ପଡିନଥିଲା । ସକାଳୁ ସକାଳୁ ସ୍ଥାନୀୟ ଲୋକେ ଦେଖି  ବାଉଁଶୁଣୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ବାଉଁଶୁଣୀ ଅଞ୍ଚଳ ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ରାତି ଅଧିଆ ରାସ୍ତା କଡରେ ବେଆଇନ ଭାବରେ ଏଣେତେଣେ ଛୋଟ ବଡ ଗାଡି ପାର୍କିଂ କରାଯାଉଛି । ଫଳରେ ଦୁର୍ଘଟଣା ଘଟି ଅକାରଣରେ ଲୋକଙ୍କ ଜୀବନ ଯାଉଛି । ପୋଲିସ ପକ୍ଷରୁ ପାଟ୍ରୋଲିଂ କରି ଏଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି।

   Related Posts