ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଯୁବକ ମୃତ

Published By : Prameya-News7 Bureau | June 02, 2020 IST

ଆନନ୍ଦପୁର ୨।୬: ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ବାଇକ୍ ଆରୋହୀଙ୍କୁ ଲୁହାପଥର ବୋଝେଇ ଟ୍ରକ୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଘସିପୁରା ଥାନା ବେଲବାହାଳି ଗାଁର ମାନସ କୁମାର ସାହୁ ।

{"id":280064,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ବନ୍ଧ ଛକ ନିକଟରେ ଦୁର୍ଘଟଣା ହୋଇଛି । ଘସିପୁରା ଥାନା ବେଲବାହାଳି ଗାଁର ମାନସ କୁମାର ସାହୁ ମଙ୍ଗଳବାର ଦିନ ନିଜ ବାଇକ୍ ରେ ବିରି, ମୁଗ ବୋଝେଇ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବାକୁ ଆସିଥିଲେ । ଫେରିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।

{"id":280065,"sizeSlug":"large"}

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଥିଲେ । ଘସିପୁରା ପୋଲିସ ଘଟଣାରସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ କିଛିଦୂର ଗୋଡାଇ ଗୋଡାଇ ଧରିବା ପରେ ପରିସ୍ଥିତି ଶାନ୍ତ  ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.